Unknown

 

 

 

 

 

 

 

 

 

 

 

 

ସର୍ବ ମଙ୍ଗଳା ସ୍ତୁତି

 

ଶ୍ରୀ ଶ୍ରୀ ମଙ୍ଗଳାଙ୍କ ସ୍ତୁତି

 

ପାତକହାରିଣୀ ଦେବୀ ପ୍ରଣମାମି ହରିପ୍ରିୟେ

ପୁନାମି ସ୍ଥାନ ମସ୍କାକଂ ଅଧିଷ୍ଠାନେ ନହି ତବ

ଅଶୁଭଂ ନିଧନ ଯାତୁ ପ୍ରଣମାନ୍ତି ବିପତ୍ତିତୟଃ

ଏତଦ୍ ପାର୍ଥିତଂ ଦେବୀ ତ୍ୱମେକଂ ଶରଣଂ ହୀନ

ଭକ୍ତି ଦେହିଂ ଗୁଣଂ ଦେହିଂ ଦେହିମେ ବରମିଦୃଶମ୍‍

ତେ ନହିସ୍ୟାତ ମନୁଷ୍ୟାଣାଂ ସଦା ଦେଶହିତେ ରତିଃ

ସମ୍ପଦ ଲୋକସତ୍ୱଞ୍ଚ ପ୍ରଣପ୍ୟନ୍ତି ତ୍ୱ ପଦାମ୍ୱୁଜମ୍

ଏତଦ୍ଧି ପ୍ରାର୍ଥିତ୍ୟ ଦେବୀ ! ତ୍ୱମେକଂ ଶରଣଂ ହୀନଃ

ଜୟ ଜୟ ଜୟ ମାଗୋ ଜଗତ ନନ୍ଦନୀ

ଜୟ ଜୟ ଜୟ ମାଗୋ ବିଘ୍ନ ବିନାଶିନୀ

ଜୟ ଜୟ ଜୟ ମାଗୋ ସଂକଟ ତାରିଣୀ

ଜୟ ଜୟ ଜୟ ମାଗୋ ନୃମୁଣ୍ଡ ମାଳିନୀ

ଜୟ ଜୟ ଜୟ ମାଗୋ ଶଙ୍କର ଭବାନୀ

ଜୟ ଜୟ ଜୟ ମାଗୋ ତ୍ରିତାପ ହାରିଣୀ

ଜୟ ମାତୋ ତୋ ଦୟାରେ ମୂର୍ଖ ହୁଏ ଜ୍ଞାନୀ

 

ଜୟ ତୁ ମଙ୍ଗଳା ମାଗୋ ଜୟ ହରଚଣ୍ଡୀ ।

ତୋତେ ସୁମରିଲେ ମାଗୋ ଦୂରିତ ଯେ ଖଣ୍ଡି ।

ବିପଦ କାଳରେ ସୁମରନ୍ତି ଯେଉଁଜନ ।

ମହାଘୋର ସଙ୍କଟୁରୁ ଫିଟଇ ବନ୍ଧନ ।

ଅଦୃଶ୍ୟକୁ ଦୃଶ୍ୟ ହୁଏ ତୋ ନାମ ଧଇଲେ ।

ବିପତ୍ତି ନ ଥାଏ ମାଗୋ ତୋତେ ସୁମରିଲେ ।

ତୋହର ଯେ ନାମ ମାନ ଯେହୁ ସୁମରଇ ।

କିଛି ହିଁ ସଙ୍କଟ ମାଗୋ ବିପତ୍ତି ନଥାଇ ।

ଅନାଥକୁ ଦୟା ମାଗୋ ଦୁବ କରୁ ଦାରୁ ।

ଦୁସ୍ତର ପଡ଼ିଲେ ମାଗୋ ପ୍ରାଣୀଙ୍କୁ ଉଦ୍ଧାରୁ ।

ଯେତେବେଳେ ପ୍ରାଣୀକି ଯେ ପଡ଼ିଥାଏ କଷ୍ଟ ।

ତୋତେ ସୁମରିଲେ ମାଗୋ ଫିଟଇ ସଙ୍କଟ ।

ଯେ ତୋହର ବାରବ୍ରତ ସବୁ କରେ ନିତି ।

ପାଏ ସେହୁ ଧନ ଜନ ଅଚଳ ସମ୍ପତ୍ତି ।

ନମୋ ନାରାୟଣୀ ମାଗୋ ଅପର୍ଣ୍ଣା ପାର୍ବତୀ ।

ଭ୍ରମଣ ଯେ କରୁ ମାଗୋ ଅର୍ଦ୍ଧନିଶା ରାତି ।

ଚଣ୍ଡୀ ଯେ ଚାମୁଣ୍ଡା ମାଗୋ ଖଟନ୍ତି ଅପାର ।

ଏମାନଙ୍କୁ ସଙ୍ଗେ ଘେନି ଭ୍ରମଣ ତୋହର ।

ପୟରେ ଅଳତା ଭାଲେ ସିନ୍ଦୁରର ଚିତା ।

ରଙ୍ଗ ବସନରେ ତୋର ଶ୍ରୀଅଙ୍ଗ ଶୋଭିତା ।

ସିଂହର ପୃଷ୍ଠରେ ମାଗୋ ବିଜେ କରିଥାଉ ।

ଯେ ମୁଖେ ପଡ଼ିଲେ ମାଗୋ ନ ବର୍ତ୍ତନ୍ତି ଆଉ ।

ନମସ୍ତେ ଶାରଳା ମାଗୋ ଶଙ୍କର ଭବାନୀ ।

ଦୟାକର ମୋତେ ମାଗୋ ଦନୁଜ ନାଶିନୀ ।

ଶୁଖିଲା ସମୁଦ୍ରେ ମାଗୋ ବୁଡ଼ିଲା ମୋ ଭେଳା ।

ଦୁସ୍ତର ପଡ଼ିଲା ମାଗୋ ଉଦ୍ଧାର ମଙ୍ଗଳା ।

ସଖା ସହୋଦର ମାଗୋ ବନ୍ଧୁବଳ ନାହିଁ ।

ବିପତ୍ତି କାଳରେ ସାହାହୁଅ ମହାମାୟୀ ।

ବିନ୍ଧ୍ୟଗିରି ବାସିନୀ ମା’ ହୈମବତୀ ସୁତା ।

ଏମନ୍ତ ଦ୍ୱାଦଶ ନାମ ଦେଲେ ଯେ ବିଧାତା ।

ଝଙ୍କଡ଼େ ରହିଲୁ ନାମ ଶାରଳା ବୋଲାଇ ।

କାକଟପୁରେ ବୋଲାଉ ମଙ୍ଗଳା ଯେ ତୁହି ।

ଲହ ଲହ ଜିହ୍ୱା ମାଗୋ ସିନ୍ଦୁରେ ମୁଖ ମଣ୍ଡି ।

କୋଣାରକେ ରହିଲୁ ମା’ ଅଭୟା ରାମଚଣ୍ଡୀ ।

ପୁରୁଷୋତ୍ତମେ ରହିଲୁ ବିମଳା ବୋଲାଇ ।

ବାଙ୍କୀରେ ରହିଲୁ ମାଗୋ ନାମ ଚର୍ଚ୍ଚିକାଇ ।

ସମ୍ବଲପୁରେ ରହିଲୁ ନାମ ସମଲାଇ ।

ଯାଜପୁରେ ରହିଲୁ ମା’ ନାମ ବିରଜାଇ ।

ପଶ୍ଚିମେ ରହିଲୁ ମାତ ନାମ ହିଙ୍ଗୁଳାଇ ।

ଭୁବନେଶ୍ୱରରେ ରହିଲୁ ଗଉରୀ ବୋଲାଇ ।

ବାଣପୁରେ ରହିଲୁ ମା ନାମ ଭଗବତୀ ।

ସକଳ ଅମର ତୋତେ କରନ୍ତି ଯେ ସ୍ତୁତି ।

ଉତ୍ତର ଦିଗେ ରହିଲୁ ଚଣ୍ଡୀ ନାମ ବହି ।

ଏମନ୍ତ ଦ୍ୱାଦଶ ନାମ ବ୍ରହ୍ମା ଗଲେ ଦେଇ ।

ତୋହର ମହିମା ମାଗୋ କେ ପାରିବ କହି ।

ମାଡ଼ି ବସୁଅଛୁ ଦଶଦିଗ ମହାମାୟୀ ।

ନମସ୍ତେ ଚଣ୍ଡିକା ତୁମେ ରୁଦ୍ରଙ୍କର ବାମା ।

କେ କହିପାରିବ ମାଗୋ ତୁମ୍ଭର ମହିମା ।

ଡ଼ମ୍ବରୁ ମଝା ମାଗୋ ବିଚିତ୍ର ସିଂହଠାଣୀ ।

ମହାମୂର୍ତ୍ତି ରୂପ ମାଗୋ ଅଟୁ ଗୋସାମଣୀ ।

ଲହ ଲହ ଜିହ୍ୱା ମାଗୋ ଘୋର ଦନ୍ତ ପାଟି ।

ନମୋ ଆଦିମାତା ମାଗୋ ବିଜେ ସିଂହ ପିଠି ।

କାତି ଯେ ଖର୍ପର ମାଗୋ ଶୋହେ ବାମକର ।

ଶଙ୍ଖ ଚକ୍ର ଗଦା ମାଗୋ ଆୟୁଧ ତୋହର ।

ନାନା ପୁଷ୍ପ ମାଳ ତୋର କୁସୁମ ଚନ୍ଦନ ।

କପାଳେ ସିନ୍ଦୁର ଗାର ଦିଶେ ଶୋଭାବନ ।

ନମସ୍ତେ ଶାରଳା ମାଗୋ ଚଣ୍ଡୀ ମହାମାୟୀ ।

ଦୁସ୍ତର ପଡ଼ିଲେ ମାଗୋ ଉଦ୍ଧାରୁ ଯେ ତୁହି ।

ତ୍ରେତୟାରେ ତୋତେ ମାଗୋ ସୁମରିଲେ ରାମ ।

ପ୍ରସନ୍ନ ହୋଇଣ ମାତ କଲୁ ପୂର୍ଣ୍ଣକାମ ।

ତୁମ୍ଭର ଆଜ୍ଞାରେ ରାମ ଲଙ୍କା କଲେ ଜୟ ।

ରାବଣକୁ ମାରି ସୀତା ଆଣି ରାମରାୟ ।

ନମସ୍ତେ ଶାରଳା ମାଗୋ ରକ୍ଷାକର ମୋତେ ।

ମୁହିଁ ଅରକ୍ଷିତ ଜନ ଆଶ୍ରାକଲି ତୋତେ ।

ଯେତେବେଳେ ଯାହା ମାଗୋ କରୁଥିବି ଇଚ୍ଛା ।

ତୋପାଦ ସ୍ମରଣେ ପୁରୁଥିବ ମନବାଞ୍ଛା ।

ତୁମ୍ଭର ଚରଣେ ମୋର ରହୁ ମନ ସ୍ଥିତ ।

କହେ ଦୀନହୀନ ଯେ ଉଦ୍ଧାର ଆଦିମାତ ।

✽✽✽

 

ଶ୍ରୀ ଶାରଳାଙ୍କ ସ୍ତୁତି

 

ଜୟ ଜୟ ମହାମାୟୀ ଝଙ୍କଡ଼ ବାସିନୀ ।

ଦେବୀ ବୀଣାପାଣି ମାଗୋ ଜଗତ ତାରିଣୀ ।

ଅଭୟ ବର ଦାୟିନୀ ବିଦ୍ୟା ପ୍ରଦାୟିନୀ ।

ଜୟ ଜୟ ସରସ୍ୱତୀ କମଳ ବାସିନୀ ।

ଜୟ ଜୟ ମହାମାୟୀ ତ୍ରୈଲୋକ୍ୟ ତାରିଣୀ ।

ଜୟ ଜୟ ମର୍ହିଷା ମର୍ଦ୍ଦିନୀ ।

ଝଙ୍କଡ଼ପୁର ବାସିନୀ ହୈମବତୀ ସୁତା ।

ତୋତେ ସେବାକରି ମୂର୍ଖ ପଣ୍ଡିତେ ଗଣିତା ।

ଅତି ଦୀନଜନ ମାଗୋ କିଛି ନଜାଣଇ ।

ନିଜ ଗୁଣେ ଦୟା କରି କର ମାତ ତ୍ରାହି ।

ଶୁଣୁଥିଲି ସେବିଥିଲେ ଯେ ଶାରଳା ଦାସ ।

ନିର୍ବିଘ୍ନେ ଲେଖିଲେ ଭାରତ ଅଷ୍ଟାଦଶ ।

ପୂର୍ଣ୍ଣକାଳେ ତବ ନାମେ ମୁର୍ଖ କାଳିଦାସ ।

ସର୍ବଜ୍ଞ ପଣ୍ଡିତ ହେଲେ ରହିଅଛି ଯଶ ।

ଜଗତେଶ୍ୱରୀ ତୋ ନାମ ଶୁଣି ମୁଁ ଅଛଇ ।

ତବ ପାଦେ ଶରଣ ମୁଁ ସତତ ପଶଇ ।

ମୁର୍ଖ ପାଷାଣ୍ଡ ବୋଲିଣ ନକର ମା ଦୂର ।

ସଦା ଅଧିକ ସବକ ଏ ତବ କିଙ୍କର

ଏ ଭବ ସାଗରେ ମାତ ଭାସୁ ଯେ ଅଛଇ ।

କ୍ଷମାଦୋଷ ତେଜ ରୋଷ କର ମାତ ତ୍ରାହି ।

ଅକର୍ମ ଯେ କର୍ମଦାନୀ ବୋଲିଣ ବୋଲାଇ ।

ସର୍ବଦା ରକ୍ଷାକର ମା ଘଣ୍ଟକୁ ଘୋଡ଼ାଇ ।

ଦାରିଦ୍ର୍ୟ ଭଞ୍ଜନୀ ନାମ ମାତ ଅନ୍ନପୂର୍ଣ୍ଣା ।

ଦୁଃଖ ବିଚ୍ଛେଦ ହୁଅଇ କଲେକ କାମନା ।

ଭବସାଗରକୁ ଭେଳା ମାତ ସର୍ବେଶ୍ୱରୀ ।

ଅଶେଷ ବ୍ରହ୍ମାଣ୍ଡେ ଖ୍ୟାତି ନାମ ଯେ ତୁମ୍ଭରି ।

ନମସ୍ତେ ଶାରଳା ମାଗୋ ଚଣ୍ଡୀ ମହାମାୟୀ ।

ନମସ୍ତେ ରୁଦ୍ରାଣୀ ମା ଉଦ୍ଧାରି ଧର ତୁହି ।

ଭାରତେ ଭାରତୀ ନାମ ହୋଇଛି ବିଦିତ ।

ମା’ ସିଂହବାହିନୀ ରକ୍ଷାକର ଆଦିମାତ ।

ଦାସାନୁଦାସ ଅପ୍ରାଧ ମାର୍ଜ୍ଜନା ନକଲେ ।

ସଂସାରେ ହୋଇବ ନିନ୍ଦା ମାତା ପୁତ୍ର ତୁଲେ ।

ଯେଉଁଜନ ସରସ୍ୱତୀ ନାମକୁ ଧରିବ ।

କିଛିହିଁ ଭୟ ତାଙ୍କର କାହିଁ ନ ହୋଇବ ।

ଡାକିନୀ ପିଶାଚିନୀ ଭୟରେ ଭାଜିବ ।

ରୋଗ ଶୋକ ଆଦି ଭବଭୟ ଦୂର ହେବ ।

ତ୍ରିସନ୍ଧ୍ୟାରେ ଯେଉଁମାନେ ପଢ଼ିବେ ଶୁଣିବେ ।

ସର୍ବପାପ ନାଶି ଅଇଶ୍ୱର୍ଯ୍ୟ ପ୍ରାପ୍ତ ହେବେ ।

ପ୍ରାତଃକାଳେ ଯେଉଁନର ସ୍ମରଣ କରନ୍ତି ।

ବ୍ୟାଧିନାଶି ବିଦ୍ୟା ବୁଦ୍ଧି ସର୍ବଫଳ ପାନ୍ତି ।

ଶତ୍ରୁଭୟ ରାଜଭୟ ଦୂର ହୋଇଯାଏ ।

ସକଳ ପାପରୁ ତୋର ଭକ୍ତ ରକ୍ଷାପାଏ ।

✽✽✽

 

ଶ୍ରୀ ଦୁର୍ଗାଙ୍କ ସ୍ତୁତି

 

ଜୟ ଜୟ ଦୁର୍ଗା ମାଗେ ସଙ୍କଟ ତାରିଣୀ ।

ଦୁଷ୍ଟ ଦୈତ୍ୟ ନାଶକରି ରଖିଲ ଧରଣୀ ।

ଦେବତାଙ୍କୁ ରଖିଣ ଯେ ଭକ୍ଷିଲ ଅସୁର ।

ଭକ୍ଷକ ଭକ୍ଷିଣୀ ନାମ ଅଟେ ଯେ ତୁମ୍ଭର ।

ସ୍ଥାବର ଜଙ୍ଗମ କୀଟ ଆଦି ଚାରିଖାନୀ ।

ତୁମ୍ଭର ଅଙ୍ଗରୁ ଜାତ ହେଲେ ରୂପ ଘେନି ।

ତେଣୁକରି ତୋର ନାମ ଅଟଇ ଅରୂପା ।

ପାଇଲୁ ପରମ ଗତି ଜପିଣ ଅଜପା ।

ପ୍ରଥମରେ ଦୁର୍ଗାଦେବୀ ଦ୍ୱିତୀୟରେ ଉମା ।

ଅନନ୍ତ ନାମ ତୋହର ଅପାର ମହିମା ।

ସନ୍ଥଜନମାନଙ୍କୁ ଯେ ତୋହର ସଦୟେ ।

ଯେସନେ ବାଲୁତ ପୁତ୍ର ଗର୍ଭେ ଧରି ମାଏ ।

ତୃତୀୟେ କାତ୍ୟାୟନୀ ଚତୁର୍ଥେ ନାରାୟଣୀ ।

ପଞ୍ଚମେ ହୋଇଲୁ ମାଗେ ଶିବର ଘରଣୀ ।

ଷଷ୍ଠରେ କୌମାରୀ ନାମ ସପ୍ତମେ କାଳିକା ।

ଅଷ୍ଟମରେ ଜୟଚଣ୍ତୀ ନବମେ ଅମ୍ୱିକା ।

ଦଶମେ ବ୍ରହ୍ମାୟଣୀ ଏକାଦଶରେ ପାର୍ବତୀ ।

ଦ୍ୱାଦଶରେ ଯୋଗ୍ନି ତ୍ରୟୋଦଶେ ଭଗବତୀ ।

ଚତୁର୍ଦ୍ଦଶେ ତ୍ରିପୁରା ପଞ୍ଚଦଶରେ ମଙ୍ଗଳା ।

ଷୋଡ଼ଶେ କୁମାରୀ ତୁ ସ୍ୱରୂପେ ଅବଳା ।

ସତ୍ୟ ସପ୍ତଦଶ ଅଷ୍ଟଦଶରେ ବଗଳା ।

ସହସ୍ରେତ ନାମ ଅଟେ ତୋର ମହାମୟୀ ।

ଦେବଗଣ ଶ୍ରଦ୍ଧାଭରେ ଥିଲେ ପରା ଦେଇ ।

ଏଥିଅନ୍ତେ ସ୍ତୁତି ଯେ କରନ୍ତି ରାମରାୟ ।

ଜୟ ତୁ ଦୁର୍ଗା ମାଗୋ ଅନାଦି ଶୁଭକାୟ ।

ନମସ୍ତେ କାତ୍ୟାୟନୀ ଅନାଦି ମାହେଶ୍ୱରୀ ।

ସତ୍ୟଯୁଗରେ ମହିଷାସୁର ଦର୍ପହାରି ।

କାଳି ଯେ କରାଳି ମାଗେ ଅଟୁ ବିକରାଳ ।

ଶିରରେ ସିନ୍ଦୂର ମାଗୋ କୈଳାସ ମଣ୍ତଣୀ ।

ବିନ୍ଧ୍ୟଗିରି ବାସିନୀ ଦୂରିତ ନିବାରଣୀ ।

ଅନନ୍ତ କୋଟି ବ୍ରାହ୍ମଣ୍ତେ ଅସୁର ମାଇଲୁ ।

ଚଉଦ ବ୍ରହ୍ମାଣ୍ତେ ମହାମାୟୀ ବୋଲାଇଲୁ ।

ସୁରାପାନରେ ଯେ ତୁମ୍ଭେ ହୋଇ ମତିଭୋଳ ।

ରଣରଙ୍କ ସ୍ଥଳେ ମାଗୋ କ୍ରିଡ଼ା ଗତି ତୋର ।

ଅଯୋଧ୍ୟା ରାଜନ ଦଶରଥ ନରପତି ।

ତାହାର ତନୟ ମୁଁ ଗୋ ଦାଶରଥି ।

ରାଜ୍ୟ ତେଜି ମୁହିଁ ମାଗେ ହୋଇ ବନବାସୀ ।

ବଇଦେହୀ ହଇରାଣ ହୋଇଲି ଝିଙ୍ଗାସୀ ।

ସାଗରକୁ ବାନ୍ଧିଲି ମୁଁ ରକ୍ଷବଳ ଘେନି ।

ସୁବଳୟାରେ ରହିଲି ସ୍ୱର୍ଣ୍ଣଲଙ୍କା ଜିଣି ।

କିସ୍କିନ୍ଦ୍ୟା ରାଜନ ଯେ ମୋହର ଦୁଃଖ ଦେଖି ।

ରକ୍ଷବଳ ଘେନି ମାଗେ ସାହା ହେଲେ ଆସି ।

ନାଗଫାଶ ବନ୍ଧନରେ ପଡ଼ିଅଛି ମୁହିଁ ।

ଏଥି ତ୍ରାହିକରି ମୋତେ ଦେବୀ ମହାମାୟୀ ।

ଦେବତାମାନେ ଖଟନ୍ତି ଯାର ଭୃତ୍ୟପଣେ ।

ମୁଁ କିସ ଯୁଦ୍ଧ କରିବି ବଳବୀର୍ଯ୍ୟ ହୀନେ ।

ନର ବାନରକୁ ମାଗେ ସୁମରଣା ଯେ କରଇ ଶଚୀପତି ।

ସ୍ୱର୍ଗପୁର ସମ୍ପଦେ ଗୋ ସୁଖେ ବିଳସନ୍ତି ।

ତୋତେ ସୁମରଣା ମାଗେ କରନ୍ତି କୁବେର ।

ଧନପତି ପଣେ ମାଗୋ ବିଖ୍ୟାତ ସଂସାର ।

ବିଷ୍ଣୁଙ୍କର ପୁରେ ମାଗେ ନାମ ସରସ୍ୱତୀ ।

ଈଶ୍ୱରଙ୍କ ଘରେ ମାଗେ ବୋଲାଉ ପାର୍ବତୀ ।

ଏକହସ୍ତେ ଖର୍ପରା ମା’ ଅନ୍ୟ ହସ୍ତେ ଖଣ୍ତା ।

ଅନ୍ତର୍ଗଳ ତେଜ ମାଗୋ ସିଦ୍ଧି ପରଚଣ୍ତା ।

ମନ୍ଦାର ଫୁଲରେ ତୋର ଭୂଷଣ ଶରୀର ।

ବାହୁରେ ତାଡ଼ ତୋହର ଚରଣେ ନୂପୁର ।

ଏମନ୍ତ ଦିବ୍ୟରୂପକୁ ଧରିଣ ଗିରିଜା ।

ବିଷ୍ଣୁରୂପେ ମୋହିଲୁ ସମସ୍ତ ଜନପ୍ରଜା ।

ସଙ୍କଟ ତାରିଣୀ ମାତା ଉଦ୍ଧାରିଣ ମୋତେ ।

ବିପତ୍ତି କାଳରେ ମାତ ଡାକୁଅଛି ତୋତେ ।

ଅଗମ୍ୟଗଡ଼ର ନାମ ଜଗତେ ବିଖ୍ୟାତ ।

ଅମର ବର ପାଇଛି ବିଶ୍ରବାର ସୁତ ।

ଅଠର ଗଣ୍ତା କୁମର ତେରଶହ ନାତି ।

ପାଞ୍ଚଶତ କୋଟିବଳ ଅସଂଖ୍ୟ ଅଟନ୍ତି ।

ଚଉଦ ଭୁବନ ମଧ୍ୟେ ଅଟେ ନୃପବର ।

କ୍ଷତ୍ରିୟମାନଙ୍କ ପରେ ବୀରବର ।

ନର ଯେ ବାନର ମାଗୋ ତାର ଭକ୍ଷପାନ ।

କି ବୁଦ୍ଧି କରିବ ମାଗେ ବଳବୁଦ୍ଧିହୀନ ।

ଏମନ୍ତ ଅନେକ ସ୍ତୁତି କଲେ ଦାଶରଥି ।

ପ୍ରସନ୍ନ ହୋଇଲେ ତାଙ୍କୁ ମା ଦୁର୍ଗା ପାର୍ବତୀ ।

ଶ୍ରୀ ରାମ ସମୀପରେ ବିଜେକଲେ ଯାଇ ।

ସିଂହର ପୃଷ୍ଠରେ ଚଢ଼ି ଡମ୍ୱରୁ ବଜାଇ ।

କିମ୍ପାଇଁରେ ବାଳବସ୍ତ୍ର ଚିନ୍ତାକଲୁ ମୋତେ ।

କିବା ତୋର ଅଭିଳାଷ କୁହ ମୋ ଅଗ୍ରେତେ ।

ଚେତିଣ ଶ୍ରୀ ରାମଚନ୍ଦ୍ର ବାଣୀ ।

ଶୁଣିଛ ଗୋ ମାତ ହିମବନ୍ତ ଦୁଲଣୀ ।

ଜଗତରେ ମୋର ଦୁଃଖ କଳନା ନ ଯାଇ ।

ମୋହଠାରୁ ଦୁଃଖୀ ମାଗୋ ଅନ୍ୟ କେହି ନାହିଁ ।

ରାଜପୁତ୍ର ହୋଇ ମାଗୋ ବନବାସ କଲି ।

କନ୍ଦମୂଳ ଫଳେ ମୁହଁ ଉଦର ପୋଷିଲି ।

ତୀରଣ ଶଯ୍ୟାରେ ମୁହଁ କାଟୁଅଛି ଦିନ ।

ପୁଣି ହିଁ ବିଧାତା ଆଣି ଦେଲା ଏ କଷଣ ।

ଅରଣ୍ୟେ ଶୁଣିଲି ମାଗୋ ପିତା ଗଲେ ନାଶ ।

ନିକ୍ଷତ୍ରୀ ହୋଇଲା ମୋର ଅଯୋଧ୍ୟା ପ୍ରଦେଶ ।

ଭରତ ରାଜ୍ୟରେ ମାଗୋ ନୃପତି ନୋହିଲା ।

ମୋତେ ଦେବ ବୋଲି ଭାବି ବନକୁ ଅଇଲା ।

ପିତା ସତ୍ୟ ପାଳି ମୁହିଁ ରାଜ୍ୟକୁ ନଗଲି ।

ଗୋଦାବରୀ ନଦୀତଟେ ବାସ କରିଥିଲି ।

ଏମନ୍ତ କଷ୍ଟରେ ମୁହିଁ ବଞ୍ଚିଥିଲି ଦିନ ।

ସୁର୍ପଣଖାର ଆଦେଶ ପ୍ରବେଶି ରାବଣ ।

ମାୟାବୀ ଦୈତ୍ୟ କୁରଙ୍ଗୀ ରୂପକୁ ଦେଖାଇ ।

ସୁବର୍ଣ୍ଣ ଜଡ଼ିତ ତାର ହୋଇଥିଲା ଦେହୀ ।

ଶ୍ରଦ୍ଧାଭରେ ସୀତା ବୋଲେ କୁରଙ୍ଗୀକୁ ଆଣ ।

ତତ୍‍କ୍ଷଣେ ଗଲି ମାଗୋ ଧରି ଧନୁର୍ବାଣ ।

ଏଣୁ ବାଣ ବିନ୍ଧନ୍ତେ ଲକ୍ଷ୍ମଣ ଡାକ ଦେଲା ।

ଏକାକୀ ଦେଖି ରାବଣ ସୀତାଙ୍କୁ ଯେ ନେଲା ।

ଜଟାୟୁ ଓ ହନୁମାନ ବାରତା ଯେ ଦେଲେ ।

ସମସ୍ତ ବୃତ୍ତାନ୍ତମାନ ମୋତେ ସେ କହିଲେ ।

ଇନ୍ଦ୍ରଜିତ ନାମ ତାର ଅଟଇ କୁମର ।

ସ୍ୱର୍ଗପୁରେ ଦଶିଣ ଜିଣିଲା ବ୍ରଜଧର ।

ଦେବ ଦଳନ ରଥରେ ଚଢ଼ି ତିନିପୁର ।

ସେ ମୋତେ ପେଶିଲା ମାଗୋ ନାଗଫାଶ ଶର ।

ନାଗଙ୍କର ଜ୍ୱାଳା ମାଗୋ ସହି ନପାରିଲି ।

ତେଣୁ କରି ମୁହିଁ ମାଗୋ ତୋତେ ଆଶ୍ରା କଲି ।

ଏ ଘୋର ଦୁସ୍ତରୁ ମାଗୋ ପାରିକର ମୋତେ ।

ଏବେ ଗୋ ତୁମ୍ଭର ଯଶ ରହିବ ଜଗତେ ।

ଆତଙ୍କ ନାଶିନୀ ବାରେ ମୋତେ ଦୟାକର ।

ଏହି ବର ଆଜ୍ଞା ହେଉ ଶ୍ରୀମୁଖେ ତୁମ୍ଭର ।

ରାବଣକୁ ମାରିଣ ସୀତାଙ୍କୁ ଘେନି ଯିବି ।

ଅଯୋଧ୍ୟା ରାଜ୍ୟରେ ଯାଇ ଅଭିଷେକ ହେବି ।

ଏହାଶୁଣି ପ୍ରସନ୍ନ ହୋଇଲେ ମହାମାୟୀ ।

ଅସ୍ତୁ ବୋଲି ମହାମାୟୀ ରାମେ ଆଜ୍ଞା ଦେଇ ।

ଗରୁଡ଼ ଗମନ୍ତେ ନାଗମାନେ ପଳାଇଲେ ।

ଶ୍ରୀରାମ ଲକ୍ଷ୍ମଣ ବେନି ବନ୍ଧନୁ ଫିଟିଲେ ।

ତୁମ୍ଭର ଚରଣେ ମାଗେ ଥାଉ ମୋର ଚିତ୍ତ ।

କହେ ଦୀନ ବଳରାମ ଭକ୍ତି ଆଦିମାତ ।

✽✽✽

 

ଶ୍ରୀ ଇଚ୍ଛାବସନ୍ତ ସ୍ତୁତି

 

ଜୟ ଜୟ ମହାମାୟା ଶ୍ରୀ ମଙ୍ଗଳାଚଣ୍ଡୀ ।

ଲଲାଟରେ ଚିତା ମାଗୋ ସିନ୍ଦୂରରେ ମଣ୍ଡି ।

ଚରଣେ କୁଣ୍ଡଳ ମାଗୋ ନାସେ ଗଜ ମୋତି ।

ହସ୍ତରେ ଶୋଭଇ ଖଡ଼୍‍ଗ ଖର୍ପର ଯେ କାତି ।

ରଙ୍ଗପୃଷ୍ଠେ ମାଳା ମାଗୋ ଗଳାରେ ଶୋଭିତ ।

ଆକାଶରେ ଡମ୍ବରୁ ବଜାଇ ଅପ୍ରମିତ ।

ତୋହର ସେବାରେ ଥାନ୍ତି ଚଉଷଠି ଯୋଗ୍ନି ।

ତୁହି ଶିବା ତୁହି ଦୁର୍ଗା କାତ୍ୟାୟିନୀ ।

ଆଦିଶକ୍ତି ମାଗୋ ତୁହି ନାମ ତୋ ପାର୍ବତୀ ।

ଅର୍ଦ୍ଧଅଙ୍ଗେ ହେଉ ମାତ ଶିବଙ୍କୁ ବିଭୂତି ।

ଦୁର୍ଗାରୂପେ ଜାତ ମାଗୋ ହୋଇ ମହାମାୟୀ ।

କୋଟି ଅକ୍ଷୌହିଣୀ ସୈନ୍ୟହସ୍ତ କଲୁ ତୁହି ।

ରକ୍ତବୀର୍ଯ୍ୟ ମହିଷା ଗୋ ଯମଘଣ୍ଟ ମୂଳେ ।

ଏହାକୁ ନାଶିଲୁ ମାଗୋ ପୃଥିବୀର ଛଳେ ।

ଖଚର ଭୂଚର ମାଗୋ ଈଶ୍ଵରଙ୍କ ନାରୀ ।

ସ୍ଵର୍ଗକୁ ରଖିଲୁ ଦେବ ଅରି ନାଶକରି ।

ନବକୋଟି କାତ୍ୟାୟିନୀ ତୁହି କଲୁ ଜାତ ।

ମହିଷାସୁରକୁ ମାଗୋ କରିଲୁ ନିପାତ ।

ରୁଦ୍ରାଣୀ ଅଟୁ ତୁହି ମାଗୋ ତୁହି ରୁଦ୍ରମୁଖୀ ।

ଇନ୍ଦ୍ରାଣୀ ବ୍ରାହ୍ମଣୀ ମାଗୋ ତୁହି ସର୍ବସାକ୍ଷୀ ।

ଜଗତ ତାରିଣୀ ମାଗୋ ନମୋ ନାରାୟଣୀ ।

ନିର୍ଜନ ବନେ ତୋ ନାମ ପତ୍ର ସଉରୁଣୀ ।

ଗଗନ ମାର୍ଗରେ ମାଗୋ ବିଳାସ ତୋହରି ।

ସର୍ବ ଦେବଙ୍କର ମାତ ବିଘ୍ନନାଶକାରୀ ।

ତେଣୁକରି ତୋତେ ମାତ ସୁମରଣା କଲି ।

ଏ ବିପଦୁ ମାତ ରକ୍ଷା କରିବୁ ତୁ ବୋଲି ।

ଇଚ୍ଛା ସୁଖେ ମାଗୋ ତୁହି କରୁ ଯେ ଭ୍ରମଣ ।

ତେଣୁ ଇଚ୍ଛାବସନ୍ତ ତୋ ନାମ ହେଲା ପୁଣ ।

ଉଚ୍ଚନୀଚ ଜାତି ମାଗୋ ସମାନ ତୋହର ।

ପଶୁପକ୍ଷୀ କୀଟ ବୃକ୍ଷଲତା ମାନବର ।

ଇଚ୍ଛାସୁଖେ ନାନାରୂପେ ହେଲୁ ଅବତାର ।

ସ୍ଵୟଂ ଦରଶନ ମିଳେ କଳିଯୁଗେ ତୋର ।

ରକ୍ଷାକର ମାଗୋ ତୁହି ଘୋଡ଼ାଇ ପଣତ ।

କୃପାକରି ମୋ ଦୟିନୀ ଘେନ ଆଦିମାତ ।

ଭାସିଗଲି ଦୟାବହି ରଖ ମାଗୋ ତୁହି ।

ମଝି ସମୁଦ୍ରରେ ମାଗୋ ମୋ ଭେଳା ବୁଡ଼ଇ ।

ଜୟ ଜୟ ଭବାନୀ ଗୋ ଦୟାକର ମୋତେ ।

କରଇ ପ୍ରାର୍ଥନା ମୁହିଁ ତୁମ୍ଭ ପାଦଗତେ ।

ଜୟ ଜୟ ଭବାନୀ ଗୋ ଆତଙ୍କ ନାଶିନୀ ।

ଜୟ ଜୟ ଦୁର୍ଗା ମାଗୋ ଦୁର୍ଗତୀ ଖଣ୍ଡିନୀ ।

ଜୟ ଜୟ ଭବାନୀ ଗୋ ସର୍ବଦେବ ମାତ ।

ମହିଷାସୁରକୁ ମାରି ରଖିଲୁ ଜଗତ ।

ଜୟ ଜୟ ଦୁର୍ଗାରୂପେ ପଞ୍ଚଧା ତୋହର ।

ନାନାରୂପେ ଯୁଗେ ଯୁଗେ ହେଉ ଅବତାର ।

ତୁହି ପାର୍ବତୀ ଆବର ଅଟୁ ଆଦିମାତ ।

ମହୀଭାର ନିବାରଣେ ହୋଇଅଛୁ ଜାତ ।

ତୁହି ଜୟା ବିଜୟା ଗୋ ତୁ ଅଟୁ ମୃଡ଼ାନୀ ।

ସର୍ବାଣୀ ଶିବାନୀ ତୁହି ଭବାନୀ ରୁଦ୍ରାଣୀ ।

ଦେବମାନଙ୍କ ଉପରେ ପଞ୍ଚକୋଟି ନାମ ।

ଉତ୍କଳ ଦେଶରେ ହରଚଣ୍ଡୀ ନାମ ଜାଣ ।

କୋଶଳ ଦେଶରେ ନାମ ଅଟଇ କୋଶଳା ।

କାକଟପୁରରେ ତୋର ନାମ ଯେ ମଙ୍ଗଳା ।

ଗୁଣ୍ଡୁକିରୀ ଦେଶରେ ତୋ ନାମ ଗୁଣ୍ଡୁକିରୀ ।

କଳିଙ୍ଗ ଦେଶରେ ମାଗୋ ନାମ ତୋ କୁଠାରୀ ।

ତାଳଚେରରେ ରହିଲୁ ନାମ ତୋ ହିଙ୍ଗୁଳା ।

କଖଡ଼ି ମହାଦେଶରେ ଅଟୁ ଯେ ହିଙ୍ଗୁଳା ।

ସମ୍ବଲପୁରରେ ନାମ ତୋର ସମଲାଇ ।

ଯାଜପୁରରେ ରହିଲୁ ବିରଜା ବୋଲାଇ ।

ବାଙ୍କୀରେ ରହିଲୁ ମାଗୋ ନାମ ତୋ ଚର୍ଚ୍ଚିକା ।

ଗଙ୍ଗାକୂଳେ ନାମ ତୋର ଅଟଇ କାଳିକା ।

ବାଣପୁରେ ରହିଲୁ ମା ନାମ ଭଗବତୀ ।

ଭୁବନେଶ୍ୱରରେ ତୋର ଗଉରୀ ନାମ ଖ୍ୟାତି ।

କଟକେ କଟକଚଣ୍ଡୀ ଶ୍ରୀକ୍ଷେତ୍ରେ ବିମଳା ।

ଝଙ୍କଡ଼େ ରହିଲୁ ମାଗୋ ବୋଲାଇ ଶାରଳା ।

ବଡ଼ମ୍ବାରେ ଭଟ୍ଟାରିକା ନାମ ଯେ ତୋହର ।

କୋଣାରକେ ହରଚଣ୍ଡୀ ନାମ ଅଟେ ତୋର ।

ସିଂହଳରେ ନାମ ତୋର ଅଟଇ ମୋହିନୀ ।

ମଣି ଦ୍ୱୀପେ ତୋର ନାମ ଅଟଇ ଭବାନୀ ।

ଲଙ୍କେଶ୍ଵରୀ ନାମ ତୋର ଅଟଇ ଲଙ୍କାରେ ।

ମାହେଶ୍ୱରୀ ନାମ ତୋର ଅଟେ ଅଯୋଧ୍ୟାରେ ।

ବସନ୍ତ ଉତ୍ସବେ ଇଚ୍ଛା ବଳିବାରୁ ତୋର ।

କାହିଁ କ୍ରୋଧ କାହିଁ ଶାନ୍ତି ବିଜୟା ସଂସାର ।

ତବ ଶୁଭ ଆଗମନେ ଅଧମ କୁଟୀରେ ।

କି ଦେଇ ପୂଜିବି ମୁହିଁ କି ଅଛି ମୋହରେ ।

ତୁମ୍ଭଙ୍କୁ ଯେ ଭାବେ ତାକୁ ନପଡ଼େ ପ୍ରମାଦ ।

ସବୁ ତେଜ୍ୟାକରି ମାଗୋ ସେବେ ତବ ପାଦ ।

ତେଣୁକରି ତୋତେ ମାଗୋ ସୁମରିଲି ମୁହିଁ ।

ଏ ବିପଦୁ ରକ୍ଷାକର ସାହା ମୋତେ ହୋଇ ।

ତୁହି ମାତ ହୋଇ ଯେବେ କରିବୁ ଅନାଥ ।

ଶରଣ ରଖିବା ପାଇଁ କେ ହେବ ସମର୍ଥ ।

ମାର ଅବା ତାର ତୁହି ପଶିଲି ଶରଣ ।

ଅଧମ ରାମଚନ୍ଦ୍ରକୁ କର ମା କାରଣ ।

✽✽✽

 

ଶ୍ରୀ ସର୍ବମଙ୍ଗଳା ସ୍ତୁତି

 

କାକଟପୁରରେ ତୋର ନିଜ ଘର ଷୋଳ ସ୍ତମ୍ଭେ କଲୁ ସ୍ଥାନ ।

ଅପୁତ୍ରିକ ନାରୀ ପୁତ୍ରଦାନ ପାଏ ଅନ୍ଧପାଏ ଚକ୍ଷୁଦାନ ।

ମାଗୋ ସର୍ବମଙ୍ଗଳା ।

କୂଳେ ଲଗାଅ ପ୍ରାଣୀଙ୍କ ଭେଳା । ୧ ।

ସଙ୍କଟ ତାରିଣୀ ବିପଦ ନାଶିନୀ ନାମ ଅଟଇ ତୁମ୍ଭର ।

ଘୋର ସଙ୍କଟରେ ବିପଦ ପଡ଼ିଛି ମଙ୍ଗଳା ବାରେ ଉଦ୍ଧାର ।

ମା ମହିଷାମର୍ଦ୍ଦିନୀ !

ହେଳେ ଦନୁଜ ବଳନାଶିନୀ । ୨ ।

ଶିରରେ ସୁବର୍ଣ୍ଣ ମୁକୁଟ ଶୋଭିତ ଲଲାଟେ ଚିତା ସୁନ୍ଦର ।

ରତ୍ନ ଓଢ଼ିଆଣି କଟିରେ ଖଞ୍ଜିଲେ ପାଦରେ ଶୋହେ ନୂପୁର ।

ମାଗୋ ସର୍ବ ସହଣୀ ।

ମଥାରେ ଶୋହେ କା ମଥାମଣି । ୩ ।

କଳାମେଘି ଶାଢ଼ି ପିନ୍ଧିଥାଉ ଭିଡ଼ି ତୋତେ ଶଇ ସୁନ୍ଦର ।

ରଙ୍ଗ ପୁଷ୍ପମାଳ ଗଳାରେ ଲମ୍ବିଛି ପୁଣି ଚାପସରି ମାଳ ।

ମାଗୋ ହିମ ଦୁଲଣୀ ।

ଲୋକନାଥଙ୍କର ପାଟରାଣୀ । ୪ ।

ଝଙ୍କଡ଼େ ଶାରଳା ବୋଲାଉ ଜନନୀ ବାଙ୍କୀଗଡ଼େ ଚର୍ଚ୍ଚିକାଇ ।

ବାଣପୁରେ ଭଗବତୀ ତୁ ବୋଲାଉ ଯାଜପୁରେ ବିରଜାଇ ।

ମାଗୋ ଦୟାସାଗରୀ ।

ଦୟା ନକଲେ ଗଲି ମୁଁ ସରି । ୫ ।

କଟକରେ ସୁପ୍ରତିଷ୍ଠା ଚଣ୍ଡୀନାମ କାକଟପୁରେ ମଙ୍ଗଳା ।

ସିଦ୍ଧ ରାମଚଣ୍ଡୀ ବୋଲାଅ ଜନନୀ କ୍ଷେତ୍ର ମଧ୍ୟରେ ବିମଳା ।

ମାଗୋ ସିଂହ ବାହିନୀ ।

କୃପାବହିବ ମୋଠାରେ ପୁଣି । ୬ ।

ଗାଳି ମୁଁ ସହଇ ଗର୍ବ ନସହଇ ଦଣ୍ଡକେ ଚୂନା କରଇ ।

ଯେଯେତେ ହୃଦପଦ୍ମରେ ମୁଁ ନିରେଖଇ । ୭ ।

ତୋତେ ଯେଉଁଜନ ମନ୍ଦ ବିଚାରିବ ବଂଶ ମୁଁ ଛେଦିବି ତାର ।

ତୋ ଡାକ ଶୁଣିଲେ କାଳିକା ପେଶିବି ଖଡ଼ଗେ ଛେଦିବି ତା ଶିର ।

ଆରେ କହୁଛି ମୁହିଁ ।

ତୋର ବିପତ୍ତି ରହିବ ନାହିଁ । ୮ ।

ଶତ୍ରୁ ଯେବେ ତୋତେ ମନ୍ଦ ବିଚାରିବେ ମୋ ନାମ ଧରିବୁ ଚିତ୍ତେ ।

ତୋର ଡାକକୁ ମୁଁ ଶ୍ରବଣ ଡେରିଛି ରଖିବି ଯାଇ ତୁରିତେ ।

ଆରେ କହୁଛି ଏବେ ।

ସର୍ବଠାରେ ଅଛି ଗୁପ୍ତଭାବେ । ୯ ।

ଶ୍ରୀମୁଖରେ ଯାଆ ଆଜ୍ଞା ଦେଇଅଛି ବୋଇଲେ ରଖିବି ତୋତେ ।

ତୋତେ ଯେତେବେଳେ ବିପତ୍ତି ପଡ଼ିବ ପଣତ ଦେବି ତୁରିତେ ।

ଆରେ କହୁଛି ତୋତେ ।

ତୁହି ଭାବୁଥିବୁ ହୃଦେ ମୋତେ । ୧୦ ।

ଘରୁ ଯେତେବେଳେ ବାହାର ହୋଇବୁ ସୁମରିବୁ ନାମ ମୋର ।

ଆଗେ ଆଗୁଆଣି ହୋଇଥିବି ମୁହିଁ ତୁ ଥିବୁ ମୋର ପଛର ।

ଆରେ ଶୁଣରେ ବଳା ।

ଶତ୍ରୁ ମୁଖେ ଲଗାଇବି କଳା । ୧୧ ।

ସୁସ୍ଥାନ ଦେଖିଣ ପ୍ରଚୀ ନଦୀ ତଟେ ତହିଁ ଅଟେ ତୁମ୍ଭ ବାସ ।

ହୀନ ଭକ୍ତ କହେ ମୋ ଦୁଃଖ ନଗଲା ମାଆଙ୍କୁ କରିଣ ଆଶ ।

ମାଗୋ ରଖିବ ମୋତେ ।

ତୁମ୍ଭ ପଣତ ତଳେ ତୁରିତେ । ୧୨ ।

✽✽✽

 

ଶ୍ରୀ ବୃନ୍ଦାବତୀଙ୍କ ସ୍ତୁତି

 

ମାଗୋ ତୁଳସା ଦେବୀ, ଅଟୁ ଶ୍ରୀକୃଷ୍ଣ ପ୍ରାଣବଲ୍ଲଭୀ ।

ପ୍ରଭାତୁ ଉଠିଣ ତୋ ମୁଖ ଚାହିଁଣ ସନ୍ଧ୍ୟାକାଳେ ସଞ୍ଜ ଦେଇ ।

ଓଦା ବସ୍ତ୍ର ପିନ୍ଧି ତୋ ପାଦେ ସେବିଲେ ବୈକୁଣ୍ଠ ଲଭିବା ପାଇଁ ।

ଚାରିପାଶେ ଚାରି ତପୀ ବସିଛନ୍ତି ମଧ୍ୟେ ବସେ ବସୁନ୍ଧରା ।

ଚାରିପାଶେ ଚାରି ଚାମର ଢାଳନ୍ତି ରୁକ୍ମିଣୀ ଲିପେ ଚଉଁରା ।

ସତ୍ୟଯୁଗେ ତୋର ସତ୍ୟବତୀ ନାମ ତ୍ରେତା ଯୁଗରେ ମାଳତୀ ।

ଦ୍ୱାପର ଯୁଗରେ ନାମ ଯେ ତ୍ରିପୁରା କଳିଯୁଗେ ବୃନ୍ଦାବତୀ ।

ତୁଳସୀର ମାଳ ତୁଳସୀର ଦଳ ତୂଳସୀ ଭୂଷଣ ହୋଇ ।

ତୁଳସୀ ମୂଳରେ ଲୟ ଲଗାଇଲେ ନୀଳଚକ୍ର ଦିଶୁଥାଇ ।

ମୂଳେ ତୋର ଗଙ୍ଗା ଡାଳେ ତୋର ବିଷ୍ଣୁ ପତ୍ରେ ଦେବତାଙ୍କ ବାସ ।

ତୋ ପତ୍ର ପଡ଼ିଲେ ମଣୋହି ହୁଅଇ କହଇ ଗୋଲକ ଦାସ ।

Image